loading...
loading...
●●●● ନାହିଁ ରେ କଲ୍ୟାଣ ●●●●

ଦାନ ଦେଇ ତୁଣ୍ଡେ କହିବ ନାହିଁ,
ଭୋଜ୍ୟ ଦେଇ ଜନ ଗଣିବ ନାହିଁ ।
ଘରେ କଲା ଖର୍ଚ୍ଚ ଲେଖିବ ନାହିଁ,
ଗଲା କଥା ମନେ ଭାବିବ ନାହିଁ ।
ଅଲୋଡା  କଥାକୁ କହିବ ନାହିଁ,
ସମ୍ପର୍କେ  ବିବାଦ  କରିବ ନାହିଁ ।
ଗୁରୁ ନିନ୍ଦା କଥା  ଶୁଣିବ ନାହିଁ,
ଇଷ୍ଟେ ଦାନ କରି ହେଜିବ ନାହିଁ ।
ସଂଧ୍ୟାରେ  ବିନତି ଭୁଲିବ ନାହିଁ,
ସତନାମ  ଜପ  ଛାଡିବ  ନାହିଁ ।
ଅଯଥା  ପ୍ରଶଂସା  କରିବ ନାହିଁ,
ଅଭ୍ୟାସରେ  ଭ୍ରମ ଧରିବ ନାହିଁ ।
ବିତର୍କରେ ଭାଗ  ନେବହିଁ ନାହିଁ,
ଅର୍ଥକୁ  କଦର୍ଥ  କରିବ  ନାହିଁ ।
ଭୁଲ  ସମର୍ଥନ  କରିବ  ନାହିଁ,
କଟୁକଥା  କାରେ  କହିବ ନାହିଁ ।
ଦ୍ବିଅର୍ଥ ର  କଥା  କହିବ ନାହିଁ,
ଦ୍ବିମତେ  ମଧ୍ୟସ୍ଥି  ହୋଇବ ନାହିଁ ।
କୁ ଜନ  ସଙ୍ଗତେ ଚଳିବ ନାହିଁ,
ପୁଅ ସାଙ୍ଗ ଝିଅ  ହେବହିଁ ନାହିଁ ।
ସହ ଶିକ୍ଷା କେବେ କରିବ ନାହିଁ,
ମିତ୍ରରେ  ଉଧାର  ଦେବହିଁ ନାହିଁ।
ଅର୍ଥ ଲୋଭେ  ସୁଧ ଆଣିବନାହିଁ,
ଦ୍ବିମିତ୍ର  ବେପାର  କରିବ  ନାହିଁ।
ଚୋରା ଧନ ଭାଗ ଆଣିବ ନାହିଁ,
ଆମିଷ  ଗୋରସ  ଖାଇବ  ନାହିଁ।
ମଧୁ ସମ ଘିଅ  ବିସ ଯେ  ତହିଁ,
ବେଲରେ  କଦଳୀ  ଖାଇବ ନାହିଁ।
ରବିରେ  ଆମିଷ  ଛୁଇବ  ନାହିଁ,
ନାରୀଙ୍କୁ  ଗୁପତ  କହିବ  ନାହିଁ ।
ଶୟନେ  ଦୂଶ୍ଚିନ୍ତା  କରିବ ନାହିଁ,
ନିଦ୍ରାରୁ  ସହସା  ଉଠିବ  ନାହିଁ ।
ଓଦା ବସ୍ତ୍ରେ  ପୂଜା କରିବ ନାହିଁ,
ରାତିରେ  ତୁଳସୀ  ଛୁଇଁବ ନାହିଁ ।
ଖାଦ୍ୟ ଖାଇ  ପୁଣି  ଖାଇବ ନାହିଁ,
ଫଳ ଦହି ରାତ୍ରେ  ଖାଇବ ନାହିଁ ।
ଏ ସମସ୍ତ  ଯେହୁ ଆଚରେ ନାହିଁ,
ଶାସ୍ତ୍ର ର  ସୁଫଳ  ମିଳଇ ନାହିଁ ।

                        ଶାସ୍ତ୍ର କଥା

No comments:

Post a Comment