loading...
loading...

ଓଡ଼ିଶା

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଥିବା ଏକ ପ୍ରଶାସନିକ ରାଜ୍ୟ । ଏହାର ଉତ୍ତର-ପୂର୍ବରେ ପଶ୍ଚିମବଙ୍ଗଉତ୍ତରରେ ଝାଡ଼ଖଣ୍ଡପଶ୍ଚିମ ଓ ଉତ୍ତର-ପଶ୍ଚିମରେ ଛତିଶଗଡ଼ଦକ୍ଷିଣ ଓ ଦକ୍ଷିଣ-ପଶ୍ଚିମରେ ଆନ୍ଧ୍ରପ୍ରଦେଶ ଅବସ୍ଥିତ । ଏହା ଆୟତନ ହିସାବରେ ନବମ ଓ ଜନସଂଖ୍ୟା ହିସାବରେ ଏଗାରତମ ରାଜ୍ୟ । ଓଡ଼ିଆ ଭାଷା ରାଜ୍ୟର ସରକାରୀ ଭାଷା । ୨୦୦୧ ଜନଗଣନା ଅନୁସାରେ ରାଜ୍ୟର ପ୍ରାୟ ୩୩.୨ ନିୟୁତ ଲୋକ ଓଡ଼ିଆ ଭାଷା ବ୍ୟବହାର କରନ୍ତି । ଏହା ପ୍ରାଚୀନ କଳିଙ୍ଗର ଆଧୁନିକ ନାମ । ଓଡ଼ିଶା ୧ ଅପ୍ରେଲ ୧୯୩୬ରେ ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ନବଗଠିତ ହୋଇଥିଲା । ସେହି ସ୍ମୃତିରେ ପ୍ରତିବର୍ଷ ୧ ଅପ୍ରେଲକୁ ଓଡ଼ିଶା ଦିବସ ବା ଉତ୍କଳ ଦିବସ ଭାବରେ ପାଳନ କରାଯାଇଥାଏ । ଭୁବନେଶ୍ୱର ଏହି ରାଜ୍ୟର ସବୁଠାରୁ ବଡ ସହର ଏବଂ ରାଜଧାନୀ ଅଟେ । ଅଷ୍ଟମ ଶତାବ୍ଦୀରୁ ଅଧିକ ସମୟ ଧରି କଟକ ଓଡ଼ିଶାର ରାଜଧାନୀ ରହିବା ପରେ ୧୮ ଅପ୍ରେଲ ୧୯୪୮ରେ ଭୁବନେଶ୍ୱରକୁ ଓଡ଼ିଶାର ନୂତନ ରାଜଧାନୀ ଭାବେ ଘୋଷଣା କରାଯାଇଥିଲା । ଆୟତନରେ ସମଗ୍ର ଭାରତରେ ଏହା ନବମ ଏବଂ ଜନସଂଖ୍ୟାରେ ୧୧ଶ ସ୍ଥାନରେ ଅଛି। ପୃଥିବୀର ଦୀର୍ଘତମ ନଦୀବନ୍ଧ ହୀରାକୁଦ ଏହି ରାଜ୍ୟର ସମ୍ବଲପୁର ଜିଲ୍ଲାରେ ଅବସ୍ଥିତ । ଏହାଛଡ଼ା ଓଡ଼ିଶାରେ ଅନେକ ପର୍ଯ୍ୟଟନ ସ୍ଥଳୀ ରହିଛି । ପୁରୀକୋଣାର୍କ ଓ ଭୁବନେଶ୍ୱରର ଐତିହ୍ୟସ୍ଥଳୀକୁ ପୂର୍ବ ଭାରତର ସୁବର୍ଣ୍ଣ ତ୍ରିଭୁଜ ବୋଲି କୁହାଯାଏ । ପୁରୀର ଜଗନ୍ନାଥ ମନ୍ଦିର ଏବଂ ଏହାର ରଥଯାତ୍ରା ବିଶ୍ୱପ୍ରସିଦ୍ଧ ପୁରୀର ଜଗନ୍ନାଥ ମନ୍ଦିରକୋଣାର୍କର ସୂର୍ଯ୍ୟ ମନ୍ଦିରଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାସମ୍ରାଟ ଖାରବେଳଙ୍କ ଶିଳାଲେଖ ,ଧଉଳିଗିରିଜଉଗଡ଼ଠାରେ ଅଶୋକଙ୍କ ପ୍ରସିଦ୍ଧ ଶିଳାଲେଖ ଏବଂ କଟକର ବାରବାଟି ଦୁର୍ଗ,ଆଠମଲ୍ଲିକର  ଦେଉଳଝରୀ ଇତ୍ୟାଦି ଏହି ରାଜ୍ୟରେ ଥିବା ମୁଖ୍ୟ ଐତିହାସିକ କିର୍ତ୍ତୀ । ବାଲେଶ୍ୱରର ଚାନ୍ଦିପୁରଠାରେ ଭାରତର ପ୍ରତିରକ୍ଷା ବିଭାଗଦ୍ୱାରା କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରାଯାଇଛି । ଓଡ଼ିଶାରେ ପୁରୀକୋଣାର୍କର ଚନ୍ଦ୍ରଭାଗାଗଞ୍ଜାମର ଗୋପାଳପୁର ଓ ବାଲେଶ୍ୱରର ଚାନ୍ଦିପୁର ଓ ତାଳସାରିଠାରେ ବେଳାଭୂମିମାନ ରହିଛି ।

ନାମକରଣ

ଓଡ଼ିଶା ଶବ୍ଦଟି ମୂଳ ଶବ୍ଦ ଓର/ଉର ବା ଓଡ୍ରଉଡ୍ର ଦେଶରୁସୁମେରୀୟଓଡ୍ର ବିଷୟ ଆଦି ପୁରାତନ ନାମରୁ ଆସିଅଛି । ଏହାର ପ୍ରମାଣ ଆକାରରେ ସବୁଠାରୁ ପୁରାତନ ଲେଖ 'ଉତ୍ତର ତୋଷାଳିଅନ୍ତର୍ଗତ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ସୋରଠାରୁ ମିଳିଥିବା ତମ୍ବାପଟାରେ ଓଡ୍ର ବିଷୟର ସୂଚନା ମିଳିଛି । ପାଳି ଓ ସଂସ୍କୃତ ସାହିତ୍ୟରେ ଓଡ଼ିଆ ଲୋକଙ୍କୁ ଯଥାକ୍ରମେ 'ଓଡ଼କଓ 'ଓଡ୍ରନାମରେ ନାମିତ କରାଯାଇଛି । ପୁରାତନ ଲେଖକ ଓ ଗବେଷକ ପ୍ଲିନି ଦି ଏଲ୍ଡର ଓ ଟଲେମି ଓଡ୍ର ଜଣଙ୍କୁ 'ଓରେଟସବୋଲି ନାମିତ କରିଛନ୍ତି ।

ନାମ ବଦଳ

ଇଂରାଜୀ ଓ ହିନ୍ଦୀରେ "ଓଡ଼ିଶା" ଓ "ଓଡ଼ିଆ"କୁ Orissa ଓ Oriya ତଥା उड़ीसा ଓ उड़ीआ ଭାବେ ସମ୍ବିଧାନରେ ତଥା ସାଧାରଣରେ ବ୍ୟବହାର କରାଯାଉଥିଲା । ୨୦୦୮ ମସିହା ଜୁନ ୯ରେ ପ୍ରଥମେ ରାଜ୍ୟ କ୍ୟାବିନେଟରେ ଓଡ଼ିଶା ଓ ଓଡ଼ିଆକୁ ଇଂରାଜୀରେ Orissa ଓ Oriya ବଦଳରେ Odisha ଓ Odia ତଥା ହିନ୍ଦୀରେ उड़ीसा ଓ उड़ीआ ବଦଳରେ ओड़िशा ଓ ओड़ीआ ଲେଖିବା ପାଇଁ ପ୍ରସ୍ତାବ ଆଗତ କରଯାଇଥିଲା । ୨୦୦୮ ଅଗଷ୍ଟରେ ରାଜ୍ୟ ବିଧାନ ସଭାରେ ଏହି ପ୍ରସ୍ତାବ ଆସିଥିଲା ଓ ବହୁମତରେ ଏହାକୁ ଗ୍ରହଣ କରାଯାଇଥିଲା । ପରେ ନୂଆ ଲୋକ ସଭା ଗଠନ ପରେ ଏହାକୁ ବିଧାନ ସଭାରେ ଆଉଥରେ ଆଗତ କରଯାଇଥିଲା । ଏହି ସଂଶୋଧିତ ପ୍ରସ୍ତାବକୁ ୨୦୧୦ ବଜେଟ ଅଧିବେଶନରେ ଲୋକ ସଭାରେ ଆଗତ କରଯାଇଥିଲା । ୨୦୧୦ ଶୀତକାଳୀନ ଅଧିବେଶନରେ ପ୍ରଥମ ଦିନ (ଅକ୍ଟୋବର ୯୨୦୧୦)ରେ ସ୍ୱରାଷ୍ଟ୍ର ମନ୍ତ୍ରୀ ପି. ଚିଦମ୍ବରମ ଏହାକୁ ଲୋକ ସଭାରେ ଆଗତ କରିଥିଲେ । ପରେ ଏହା ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା ଯାହା ୨୦୧୧ମସିହା ୪ ନଭେମ୍ବରରେ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ଓଡ଼ିଶା (ନାମ ପରିବର୍ତ୍ତନ) ଅଧିନିୟମ୨୦୧୧ ନାମରେ କାର୍ଯ୍ୟକାରୀ ହୋଇଛି ।

ସଂକ୍ଷେପରେ

ବୈଦିକ ଓଡ଼ିଶା - କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର କହେ (ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ)ବୈଦିକ ସଭ୍ୟତା ବାହାରେ କଳିଙ୍ଗ ଥିଲା ଭିନ୍ନ ଏକ ସଭ୍ୟତା (ନା ଆର୍ଯ୍ୟ ନା ଦ୍ରାବିଡ଼)
ପୌରାଣିକ ଓଡ଼ିଶା - ମହାଭାରତ କହେକଳିଙ୍ଗ କୌରବଙ୍କ ପକ୍ଷରୁ ଯୁଦ୍ଧ ଲଢ଼ିଥିଲା ।
କିମ୍ବଦନ୍ତୀରେ ଓଡ଼ିଶା - ଓଡ଼ିଶାରେ ପ୍ରଚଳିତ ଲୋକକଥା ଅନୁସାରେ ଏଠି କଳା ଓ ବାଣିଜ୍ୟର ସଂସ୍କୃତି ପ୍ରଭାବ ବିସ୍ତାର କରିଥିଲା । ସିଂହଳ(ଶ୍ରୀଲଙ୍କା)ଜାଭାସୁମାତେରାବାଲିବ୍ରହ୍ମଦେଶ(ମିଆଁମାର)ସାମ(ଥାଇଲାଣ୍ଡ)କାମ୍ବୋଡ଼ିଆଅନାମ(ଭିଏତନାମ)ଚୀନଜବନ(ଜାପାନ)କୁକୁଟ(କୋରିଆ)ମକ୍କସିଖ(ମେକ୍ସିକୋ)ମିସର(ଇଜିପ୍ଟ)ସିମିଳି(ଆରବ)ବାବିଲନ(ଇରାକ) ପ୍ରଭୃତି ସ୍ଥାନରେ କଳିଙ୍ଗର ନିର୍ମାଣ-କଳା ଓ ବାଣିଜ୍ୟ-ସଂସ୍କୃତି-ଇତିହାସର ଚିହ୍ନ ଏବେ ବି ଦେଖିବାକୁ ମିଳେ । ସମ୍ଭବତଃ ଲୋକତନ୍ତ୍ର ପ୍ରଚଳିତ ଥିଲା ।
ଖ୍ରୀ.ପୂ. ୩୬୦-୨୬୦ - ନନ୍ଦ-ସାମ୍ରାଜ୍ୟରେ ଓଡ଼ିଶାର ଏକ ବଡ଼ ଭାଗ ଅନ୍ତର୍ଭୁକ୍ତ ।
ଖ୍ରୀ.ପୂ. ୨୬୧ - ପୃଥିବୀ ବିଖ୍ୟାତ କଳିଙ୍ଗ ଯୁଦ୍ଧ
ଖ୍ରୀ.ପୂ. ୧ମ ଶତାବ୍ଦୀ - ଚେଦୀ ରାଜବଂଶର ସମ୍ରାଟ ମହାମେଘବାହାନ ଐର ଖାରବେଳଙ୍କ ରାଜତ୍ୱକଳିଙ୍ଗର ପରିସୀମା ଆଗଙ୍ଗା-କାବେରୀତଥା ପଶ୍ଚିମ ଓ ମଧ୍ୟ ଭାରତକୁ ବିସ୍ତାରିତ । ଜୈନ ଧର୍ମର ପ୍ରସାର ।
୩ୟ-ଷଷ୍ଠ ଶତାବ୍ଦୀ - ଗୁପ୍ତ-ରାଜବଂଶହର୍ଷବର୍ଦ୍ଧନଦ୍ୱିତୀୟ ପୁଲକେଶୀମାଠରଭୌମକର ଇତ୍ୟାଦି ବିଭିନ୍ନ ରାଜାଙ୍କ ଶାସନାଧୀନ
୭୯୫ ଖ୍ରୀ. - କେଶରୀ ରାଜବଂଶ । ଯଯାତି କେଶରୀ କଳିଙ୍ଗକୋଶଳ ଓ ଉତ୍କଳକୁ ଏକତ୍ର କଲେ । ଯାଜପୁରରେ ରାଜଧାନୀ ସ୍ଥାପନ ।
୧୦୭୮-୧୪୩୪ ଖ୍ରୀ. - ଗଙ୍ଗ ରାଜବଂଶ । ଅନନ୍ତବର୍ମା ଚୋଳଗଙ୍ଗ ଦେବଙ୍କ ରାଜତ୍ୱ ପ୍ରାରମ୍ଭ ।
୧୦୭୮-୧୧୫୦ ଖ୍ରୀ. - ଚୋଳଗଙ୍ଗ ଦେବଙ୍କ ରାଜୁତି । ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନବୀକରଣ ପ୍ରାରମ୍ଭ । କଟକ ହେଲା ନୂଆ ରାଜଧାନୀ (ପ୍ରାୟ ୧୧୭୦ ଖ୍ରୀ.) ।
୧୧୭୦-୧୧୯୮ ଖ୍ରୀ. - ଦ୍ୱିତୀୟ ଅନଙ୍ଗଭୀମଦେବ । ଜଗନ୍ନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ସମାପ୍ତ ।
୧୨୨୯ ଖ୍ରୀ. - ତୃତୀୟ ଅନଙ୍ଗଭୀମଦେବଙ୍କଦ୍ୱାରା ବାରବାଟି ଦୁର୍ଗ ନିର୍ମିତ ।
୧୨୩୮-୧୨୬୪ ଖ୍ରୀ. - ଲାଙ୍ଗୁଳା ନରସିଂହଦେବ । କୋଣାର୍କ ସୂର୍ଯ୍ୟ-ମନ୍ଦିର ନିର୍ମିତ ।
୧୪୩୫-୧୫୪୧ ଖ୍ରୀ. - ଗଜପତି ରାଜବଂଶ । ଆଗଙ୍ଗା-ଗୋଦାବରୀ ସାମ୍ରାଜ୍ୟ ।
୧୪୩୫-୧୪୬୬ ଖ୍ରୀ. - (ନବକୋଟି କର୍ଣ୍ଣାଟ ଉତ୍କଳ ବର୍ଗେଶ୍ୱର) କପିଳେନ୍ଦ୍ରଦେବ ।
୧୪୯୭-୧୫୪୧ ଖ୍ରୀ. - ରାଜା ପୁରୁଷୋତ୍ତମଦେବ ଓ ତାଙ୍କପରେ ପ୍ରତାପରୂଦ୍ରଦେବ ।
୧୫୬୮ ଖ୍ରୀ. - ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦଦେବ ପରାସ୍ତ । ବଙ୍ଗର ମୁସଲିମ ଶାସକ ସୁଲେମାନ କରାଣୀ ତଥା ତାଙ୍କ ସେନାପତି 'କଳାପାହାଡ଼'ଦ୍ୱାରା ଓଡ଼ିଶା ଅଧିକୃତ ।
୧୫୭୬ ଖ୍ରୀ. - ମୋଗଲମାନଙ୍କର ଓଡ଼ିଶା ଅଧିକାର ।
୧୭୫୧ ଖ୍ରୀ. - ମରହଟ୍ଟାମାନଙ୍କର ଓଡ଼ିଶା ଅଧିକାର ।
୧୮୦୩ ଖ୍ରୀ. - ବ୍ରିଟିଶମାନଙ୍କର ଓଡ଼ିଶା ଅଧିକାର(ଏହା ବ୍ରିଟିଶ ଅଧିକୃତ ଶେଷ ଭାରତୀୟ ରାଜ୍ୟ) ।
୧୯୧୨ ଖ୍ରୀ. - ବିହାର-ଓଡ଼ିଶା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ଗଠିତ ।
୧୯୩୬ ଖ୍ରୀ. - ସ୍ୱତନ୍ତ୍ର ଓଡ଼ିଶା ପ୍ରାନ୍ତ ଗଠିତ । ଭାଷା ଭିତ୍ତିରେ ଗଠିତ ପ୍ରଥମ ଭାରତୀୟ ରାଜ୍ୟ ।
୧୯୪୮ ଖ୍ରୀ. - ଭୁବନେଶ୍ୱର ନୂତନ ରାଜଧାନୀ (ଅପ୍ରେଲ ୧୩) ।
୧୯୫୦ ଖ୍ରୀ. - ସ୍ୱାଧୀନ ଭାରତରେ ଏକ ରାଜ୍ୟ ଭାବେ ଓଡ଼ିଶା ମାନ୍ୟତା-ପ୍ରାପ୍ତ ।

୭ ମ ଶତାବ୍ଦୀ

୭ ମ ଶତାବ୍ଦୀ କାଳରେ ଓଡ଼ିଶାର ନିଜର ଶାସକମାନେ ସ୍ୱାଧୀନ ଥିଲେ । ସେତେବେଳେ ଗଙ୍ଗ ବଂଶର ରାଜାମାନେ ଓଡ଼ିଶାରେ ଶାସନ କରୁଥିଲେ୭୯୫ ଖ୍ରୀଷ୍ଟାବ୍ଦରେ ୨ୟ ଯଯାତି (ମହାସିବ ଗୁପ୍ତ) ସିଂହାସନ ଆରୋହଣ କରିଥିଲେ । ଓଡ଼ିଶା ଇତିହାସରେ ଏହାକୁ ସୁବର୍ଣ୍ଣ ଯୁଗ ବୋଲି କୁହାଯାଇଥାଏ । ସେ ସମ୍ରାଟ ଖାରବେଳଦେଇ ଅନୁପ୍ରାଣିତ ହୋଇ କଳିଙ୍ଗକାରଗୋଡ଼ାଉତ୍କଳ ଓ କୋଶଳ ଏହି ଚାରିଗୋଟି ଭୂଖଣ୍ଡକୁ ମିଶାଇ ବିଶାଳ ସାମ୍ରାଜ୍ୟ ଗଠନ କରିଥିଲେ । ଓଡ଼ିଶାରେ ଏହି ରାଜବଂଶର ଶାସନ ଖ୍ରୀ. ୩୫୦ରୁ ଆରମ୍ଭ କରି ସୋମ ବଂଶର ଶେଷ ପର୍ଯ୍ୟନ୍ତ ଥିଲା । ଏହି ରାଜ୍ୟକୁ ନେଇ ଗଠିତ ବିଶାଳ ଓଡ଼ିଶାରେ ଅନେକ ଜାତି ଓ ଉପଜାତିରେ ବିଭାଜିତ ହୋଇଥିବାରୁ ଏକ ବିଶେଷ ବଣିକ ଜାତି ଜନ୍ମ ହେଲା ଓ ସେମାନେ ସାଧବ ଭାବରେ ପରିଚିତ ହେଲେ । ଏପରିକି ପ୍ରଥମ ଜନ୍ମଜୟ ମହାଭବ ଗୁପ୍ତ ଗୁପ୍ତ (ଖ୍ରୀ. ୮୮୨-୯୨୨)ଙ୍କ ସୋନପୁର ଅଞ୍ଚଳରେ ପ୍ରଚୁର ବଣିକ ସଙ୍ଘ ଥିବାର ପ୍ରମାଣ ମିଳିଥାଏ । କିନ୍ତୁ ୮ ଶତାବ୍ଦୀରେ ପ୍ରଚୁର ସମ୍ବଳ ଯୋଗୁଁ ଏହି ବାହାର ବାଣିଜ୍ୟ ଲୋପ ପାଇଗଲା ।

ବୈଶ୍ୟଶୂଦ୍ର ଜାତିର ଲୋକମାନେ ରାଜ୍ୟର ଅନ୍ତ-ବାଣିଜ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିଲେ । ସେମାନେ ଚାଷୀମାନଙ୍କ ଠାରୁ କୃଷିଜାତ ସାମଗ୍ରୀ ଆଣି ପେସାଗତ ବେପାରୀଙ୍କୁ କୃଷିଜାତ ଓ ଶିଳ୍ପଜାତ ଦ୍ରବ୍ୟ ଯୋଗାଇବାରେ ସାହାଯ୍ୟ କରୁଥିଲେ । ଏହି କିଣା-ବିକାର ମୁଖ୍ୟ ମାଧ୍ୟମ ଥିଲା ସୁନାରୂପାମୁଦ୍ରା ଓ କଉଡ଼ି । ଏହି ସମୟରେ ବଙ୍ଗୋପସାଗର କୂଳରେ ଚରିତ୍ରପୁର ନାମକ ବନ୍ଦର ଖୁବ ପ୍ରସିଦ୍ଧି ଲାଭ କରିଥିଲ । ଏହି ବନ୍ଦରଟି ଦେଇ ଚୀନଶ୍ରୀଲଙ୍କାଜାଭା ଆଦି ସହ କଳିଙ୍ଗର ବେପାର ବଣିଜ ଚାଲୁଥିଲା । ଓଡ଼ିଶାରେ ଗଙ୍ଗବଂଶ ୧୪୩୪ ଯାଏଁ ଥିଲା । ତାହା ପରେ କପିଳେନ୍ଦ୍ରଦେବପ୍ରତାପରୁଦ୍ରଦେବଗୋବିନ୍ଦ ବିଦ୍ୟାଧରମୁକୁନ୍ଦ ହରିଚନ୍ଦନ ଓଡ଼ିଶାର ଶାସକ ଥିଲେ ।

ଆଫଗାନ ଓ ମୋଗଲ ଶାସନ

ପରେ ଓଡ଼ିଶା ଆଫଗାନମାନଙ୍କ ହାତକୁ ଆସିଲା ଓ ୧୫୬୮ରେ ଓଡ଼ିଶା ମୋଗଲମାନଙ୍କ ଶାସନାଧୀନ ହେଲା । ଏହି ସମୟରେ ୧୭୫୫ ଖ୍ରୀ. ବେଳକୁ ଓଡ଼ିଶାରେ ଅତ୍ୟାଚାରଲୁଣ୍ଠନଅରାଜକତା ଆଦି ବହୁ ମାତ୍ରାରେ ବ୍ୟାପୀ ଯାଇଥିଲା । ୧୮୦୩ରେ ଇଂରେଜମାନେ ଓଡ଼ିଶା ଅଧିକାର କଲେ । ୧୯୧୭ ଖ୍ରୀ.ରେ ପାଇକମାନେ ଇଂରେଜ ବିରୋଧରେ ଲଢ଼େଇ ଆରମ୍ଭ କଲେ । ଇଂରେଜମାନେ ନିର୍ମମ ଭାବରେ ଏହି ବିଦ୍ରୋହକୁ ଦମନ କରିଥିଲେ । ୧୮୧୭ରେ ଖୋର୍ଦ୍ଧା ରାଜା ମୁକୁନ୍ଦଦେବ ବନ୍ଦୀ ବେଳେ ମୃତୁ ବରଣ କଲେ ।

ଯଦିଓ ୧୬ଶ ଓ ୧୭ଶ ଶତାବ୍ଦୀରେ ଓଡ଼ିଶାର ବାହାର-ବାଣିଜ୍ୟ ଉନ୍ନତି ସାଧନ କରିଥିଲାତଥାପି କେଇ ବର୍ଷର ରାଜନୀତିକ ଅସ୍ଥିରତା ସକାଶେ ଅର୍ଥନୀତିର ପ୍ରଗତି ବାଧା ପାଇଥିଲା ।

ଇଂରେଜ ଶାସନ

୧୮୦୩ ବେଳକୁ ଇଂରେଜମାନେ ଓଡ଼ିଶା ଅଧିକାର କଲାବେଳକୁ ଓଡ଼ିଶାର ଏହି ଅର୍ଥନୀତିର ଅଧପତନ ଚରମ ସୀମାରେ ପହଞ୍ଚି ଥିଲା । ଇଂରେଜମାନେ ବନିକ ଥିଲେତେଣୁ ଓଡ଼ିଶାକୁ ସେମାନେ ନିଜର କର ଆଦାୟର ମୁଖ୍ୟ ଭାବରେ ଗ୍ରହଣ କରି ୧୮୦୫ ମସିହା ବେଳକୁ ରେଗୁଲେସନ ଆକ୍ଟ (Regulation Act) ଓ ୧୮୦୮ରେ ଭୂରାଜସ୍ୱ ବନ୍ଦୋବସ୍ତ ପ୍ରଚଳନ କରିଥିଲେ । ୧୮୨୫ ବେଳକୁ ଏକାଧିକ ବନ୍ଦୋବସ୍ତ ପ୍ରଚଳନ ଫଳରେ ଓଡ଼ିଶା ଶିଳ୍ପ ଓ ବାଣିଜ୍ୟର ଧ୍ୱଂସ ସାଧନ ଲକ୍ଷ୍ୟରେ ଏଠାରୁ ବିଲାତକୁ କଞ୍ଚାମାଲ ନେଇ ସେଠାରୁ ଓଡ଼ିଶାକୁ କଳ କବଜା ଆମଦାନୀ ବାଣିଜ୍ୟ କାରବାର ଆରମ୍ଭ କରାଯାଇଥିଲା । ଏଠି ସହିତ ଲବଣ କର ଜନସାଧାରଣଙ୍କ ଉପରେ ଲାଗୁ କରାଯାଇଥିଲା ଯାହା ଓଡ଼ିଶାର ସାମାଜିକ ଓ ଅର୍ଥନୀତିର ମେରୁଦଣ୍ଡ ଭାଙ୍ଗି ଦେଇଥିଲା ।

ଇଂରେଜ ଅମଳରେ ସମଗ୍ର ଭାରତୀୟ ଉପମହାଦେଶରେ ମାରୁଆଡ଼ି ଓ ଗୁଜରାଟୀ ବେପାରୀ ଗୋଷ୍ଠୀର ଅଭୂଦୟ ହୋଇଥିଲା । ସେମାନେ ବିଶେଷ କରି ବଙ୍ଗାଳୀ ଓକିଲ ଓ ଅନ୍ୟ ବୁଦ୍ଧିଜୀବୀଙ୍କ ପ୍ରରୋଚନାରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ କଞ୍ଚାମାଲ ସଂଗ୍ରହ କରି ଓଡ଼ିଶାର ଅର୍ଥନୀତିର ବଜାରକୁ ନିୟନ୍ତ୍ରଣ କରୁଥିଲେ । ଏଥିରେ ବିଦେଶୀମାନେ ହିଁ ଲାଭବାନ ହେଉଥିଲେ ।

ନଅଙ୍କ ଦୁର୍ଭିକ୍ଷ

ଓଡ଼ିଶାର ଅର୍ଥନୀତିସାମାଜିକ ବିଧିବ୍ୟବସ୍ଥାଧାର୍ମିକ ବିଶ୍ୱାସର ଅଧପତନ ଘଟାଇବାକୁ ଚେଷ୍ଟିତ ଇଂରେଜ କମ୍ପାନୀ ସରକାର ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ସୃଷ୍ଟି କରିଥିଲେ । ଯାହାଫଳରେ ଓଡ଼ିଶାର ଦୁଇତୃତୀୟାଂଶ ଲୋକ ଖାଇବାକୁ ନ ପାଇ ପୋକମାଛି ପରି ମରିଗଲେ କିମ୍ବା କଲିକତାରେ ବିକ୍ରି ହେଲେ ।

ଜିଲ୍ଲା

ଓଡ଼ିଶାରେ ୩୦ଟି ଜିଲ୍ଲା ଅଛି --- ଅନୁଗୋଳବୌଦ୍ଧଭଦ୍ରକବଲାଙ୍ଗୀରବରଗଡ଼ବାଲେଶ୍ୱରକଟକଦେବଗଡ଼ଢେଙ୍କାନାଳଗଞ୍ଜାମଗଜପତିଝାରସୁଗୁଡ଼ାଯାଜପୁରଜଗତସିଂହପୁରଖୋର୍ଦ୍ଧା କେନ୍ଦୁଝରକଳାହାଣ୍ଡିକନ୍ଧମାଳକୋରାପୁଟକେନ୍ଦ୍ରାପଡ଼ାମାଲକାନଗିରିମୟୂରଭଞ୍ଜନବରଙ୍ଗପୁରନୂଆପଡ଼ାନୟାଗଡ଼ପୁରୀରାୟଗଡାସମ୍ବଲପୁରସୁବର୍ଣ୍ଣପୁରସୁନ୍ଦରଗଡ଼ ।

ପ୍ରତି ଜିଲ୍ଲାର ଶାସନମୁଖ୍ୟଙ୍କୁ ଜିଲ୍ଲାପାଳ କୁହାଯାଏ । ଜିଲ୍ଲାପାଳଭାରତୀୟ ପ୍ରଶାସନିକ ସେବା ଅଥବା ଓଡ଼ିଶା ପ୍ରଶାସନିକ ସେବା ମାଧ୍ୟମରେ ନିଯୁକ୍ତି ପାଆନ୍ତି । ଶାସନକଳର ସୁବିଧା ପାଇଁ ପ୍ରତିଟି ଜିଲ୍ଲାକୁ କେତେଗୁଡ଼ିଏ ଉପଖଣ୍ଡ (ସବ-ଡିଭିଜନ)ରେପୁଣିପ୍ରତ୍ୟେକ ଉପଖଣ୍ଡକୁ କେତେଗୁଡ଼ିଏ ବ୍ଲକରେ ଏବଂ ପ୍ରତ୍ୟେକ ବ୍ଲକକୁ କେତେଗୁଡ଼ିଏ ପଞ୍ଚାୟତରେ ବିଭକ୍ତ କରାଯାଇଛି ।

ଓଡ଼ିଶାର ସବୁଠୁ ବଡ଼ ସହର ଭୁବନେଶ୍ୱର ଏହାର ରାଜଧାନୀ ଅଟେ । ଅନ୍ୟ ମୁଖ୍ୟ ସହରମାନେ ହେଲେ କଟକବ୍ରହ୍ମପୁରରାଉରକେଲାସମ୍ବଲପୁରବାଲେଶ୍ୱରବାରିପଦାବଲାଙ୍ଗୀର ଇତ୍ୟାଦି ।

ଭୌଗୋଳିକ ସ୍ଥିତି
ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ (୧୫୫୭୦୭ ବର୍ଗ କି. ମି) ଅଟେ । ଏହାର ଦକ୍ଷିଣରେ ଆନ୍ଧ୍ର ପ୍ରଦେଶପଶ୍ଚିମରେ ଛତିଶଗଡ଼ଉତ୍ତରରେ ଝାଡ଼ଖଣ୍ଡ ଓ ପଶ୍ଚିମ ବଙ୍ଗ ଏବଂ ପୂର୍ବରେ ବଙ୍ଗୋପ ସାଗର ରହିଅଛି ।

ମନ୍ଦିରମାଳିନୀ ନଗରୀ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ଅଟେ। ଓଡ଼ିଶାର ପୁରାତନ ରାଜଧାନୀ କଟକଭୁବନେଶ୍ୱରରୁ ମାତ୍ର ୨୯ କି.ମି. ଦୂରରେ ଅବସ୍ଥିତ । ଏହି ଦୁଇ ସହରର କ୍ରମାଗତ ବିସ୍ତାର ଓ ଉତ୍ତମ ସଡ଼କ ଯୋଗାଯୋଗ କାରଣରୁ ଏହି ଦୁଇ ସହର ଦ୍ୱୈତ ନଗରୀ ନାମରେ ବିଖ୍ୟାତ । ପୁରୀଯାହାକି ଏକ ବିଶ୍ୱବିଖ୍ୟାତ ହିନ୍ଦୁ ଧର୍ମପୀଠଏଠାରୁ ପ୍ରାୟ ୬୦ କି.ମି. ଦୂରରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ । ହିନ୍ଦୁଙ୍କ ଚାରିଧାମ ମଧ୍ୟରୁ ଏହା ଅନ୍ୟତମ । ଏହା ମଧ୍ୟ ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଲାଗି ବିଶ୍ୱବିଖ୍ୟାତ ।

ରାଜ୍ୟର ପଶ୍ଚିମ ଓ ଉତ୍ତରାଂଶ ଛୋଟନାଗପୁର ମାଳଭୂମିର ଅଂଶବିଶେଷ । ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ମହାନଦୀବ୍ରାହ୍ମଣୀ ଓ ବୈତରଣୀ ନଦୀ ପ୍ରଭୃତିର ମୁହାଣରେ ଉର୍ବର ପଟୁମୃତ୍ତିକା ଯୁକ୍ତ ସମତଳ ଭୂମି ଦେଖାଯାଏ । ଏହି ସମତଳ ଭୂମିରେ ମୂଖ୍ୟତଃ ଧାନଚାଷ କରାଯାଏ ।

ଓଡ଼ିଶାର ପ୍ରାୟ ୩୪% ଭୂମି ଅରଣ୍ୟ ଆଚ୍ଛାଦିତକିନ୍ତୁ ବିଭିନ୍ନ କାରଣମାନଙ୍କ ହେତୁ ଏହା କ୍ରମାଗତ ଭାବେ ହ୍ରାସ ପା‍ଇ ଚାଲିଛି । ଓଡ଼ିଶାରେ ଅନେକ ଅଭୟାରଣ୍ୟମାନ ରହିଛି । ଏଥିମଧ୍ୟରୁ ଶିମିଳିପାଳ ଜାତୀୟ ଉଦ୍ୟାନ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଭାବେ ପ୍ରସିଦ୍ଧ । ବ୍ୟାଘ୍ର ବ୍ୟତୀତ ଝରଣା ଓ ସବୁଜିମା ପୂର୍ଣ୍ଣ ଏହି ଜଙ୍ଗଲରେ ହାତୀ ଓ ଅନ୍ୟାନ୍ୟ ପଶୁପକ୍ଷୀ ବାସ କରନ୍ତି । ଭିତରକନିକା ଅଭୟାରଣ୍ୟ ୧୯୭୫ରୁ ଘଡ଼ିଆଳ କୁମ୍ଭୀରମାନଙ୍କୁ ସୁରକ୍ଷା ଯୋଗାଇ ଆସୁଛି । ଗହୀରମଥାଦେବୀ ନଦୀ ଏବଂ ଋଷିକୁଲ୍ୟା ନଦୀ ମୁହାଣକୁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟାରେ ଅଲିଭ ରିଡ଼ଲେ କଇଁଛ ଅଣ୍ଡା ଦେବାପାଇଁ ଆସନ୍ତି ।

ମହାନଦୀର ଦକ୍ଷିଣ ମୁହାଣରେ ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ହ୍ରଦ ଚିଲିକା ହେଉଛି ଏସିଆ ମହାଦେଶର ସର୍ବବୃହତ୍ ଲବଣାକ୍ତ ହ୍ରଦ । ଏହାକୁ ପକ୍ଷୀ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଛି । ଏଠାରେ ପ୍ରତିବର୍ଷ ପ୍ରାୟ ୧୬୦ ପ୍ରଜାତିର ସ୍ଥାନୀୟ ଓ ପ୍ରବାସୀ ପକ୍ଷୀଙ୍କ ସମାଗମ ହୋ‍ଇଥାଏ । ଚିଲିକାରେ ଏକ ନୌ-ପ୍ରଶିକ୍ଷଣ କେନ୍ଦ୍ର ମଧ୍ୟ ରହିଛି ।

ଓଡ଼ିଶାର ସର୍ବୋଚ୍ଚ ପର୍ବତ ଶୃଙ୍ଗ ହେଉଛି ଦେଓମାଳୀ (୧୬୭୨ ମି.) ଯାହାକି ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏବଂ ଚନ୍ଦ୍ରଗିରି-ପଟ୍ଟାଙ୍ଗୀ ପର୍ବତମାଳାର ଅନ୍ତର୍ଗତ । ଏହା ମଧ୍ୟ ପୂର୍ବଘାଟ ପର୍ବତମାଳାର ସର୍ବୋଚ୍ଚ ଶୃଙ୍ଗ । ଅବସ୍ଥିତି: ୧୮°୪୦'୩"ଉ ୮୨°୫୮'୫୯"ପୂ ।

ପର୍ଯ୍ୟଟନ

ଓଡ଼ିଶାରେ ମୋଟ ୩୪୭ଟି ପର୍ଯ୍ୟଟନସ୍ଥଳୀ ରହିଛି । ନନ୍ଦନ କାନନଚିଲିକାପୁରୀଧଉଳି ଗିରିଖଣ୍ଡଗିରିକୋଣାର୍କକାକଟପୁରଅସ୍ତରଙ୍ଗରାମଚଣ୍ଡୀନିମାପଡ଼ାବାରବାଟୀଖଣ୍ଡାଧାରଗୁପ୍ତେଶ୍ୱରଘଟଗାଁଶିମିଳିପାଳଗହୀରମଥାଭିତରକନିକାକପିଳାସରତ୍ନଗିରିମଣିକଲିଙ୍ଗରାଜଗୋପାଳପୁରଦେଓମାଳିହରିଶଙ୍କରସମେଲସ୍ୱରୀହୀରାକୁଦଫୁଲ ଝରଣନାରୟଣୀଚାନ୍ଦିପୁରଭଟ୍ଟାରିକାଥେରୁବାଲିବେଦବ୍ୟାସସାତକୋଶିଆଟିକରପଡ଼ାସାତପଡ଼ାଅଲାରନାଥତପ୍ତପାଣିତାରାତାରିଣୀଚନ୍ଦକାଧବଳେଶ୍ୱର ଆଦି ଓଡ଼ିଶାର ମୁଖ୍ୟ ପର୍ଯ୍ୟଟନସ୍ଥଳୀ ।

ଓଡ଼ିଶା ଏହାର ମନ୍ଦିର ମାନଙ୍କ ପାଇଁ ପୃଥିବୀ ପ୍ରସିଦ୍ଧ ଅଟେ । ଓଡ଼ିଶାର ମନ୍ଦିର ଗୁଡିକ ଆର୍ଯ୍ୟ ସଂପ୍ରଦାୟର ଏବଂ ଏଗୁଡିକ ସଂପ୍ରଦାୟର ଅନୁସାରେ ଦେଖିବାକୁ ଅଲଗା ଅଲଗା ପ୍ରକାରର । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିରର ଉଚ୍ଚତା ୧୫୦-ଫୁଟ ଏବଂ ପୁରୀର ଜଗନ୍ନାଥ ମନ୍ଦିରର ଉଚ୍ଚତା ୨୦୦-ଫୁଟଯାହାକି ଓଡ଼ିଶାର ସବୁଠୁ ଉଚ୍ଚତମ ମନ୍ଦିର । ଠିକ ସେହିପରି କୋଣାର୍କର ସୂର୍ଯ୍ୟ ମନ୍ଦିର ପୃଥିବୀ ପ୍ରସିଦ୍ଧ । ବୌଦ୍ଧ ଏବଂ ଜୈନ ମନ୍ଦିର ମାନଙ୍କ ପାଇଁ ମଧ୍ୟ ଓଡ଼ିଶା ପ୍ରସିଦ୍ଧ ଅଟେ । ଭୁବନେଶ୍ୱରରେ ଖଣ୍ଡଗିରି ଏବଂ ଉଦୟଗିରି ନାମକ ଦୁଇଟି ଗୁମ୍ଫା ରହିଛି । ଯାହାକି ପୁରାତନ ବୌଦ୍ଧ ଧର୍ମର ମୂକସାକ୍ଷୀ । ଠିକ ସେହି ପରି ଧଉଳିଗିରିଠାରେ ଥିବା ବିଶାଳ ବୌଦ୍ଧ ମୂର୍ତି ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ ।

ଠିକ ସେହି ପରି ଓଡ଼ିଶାର ଟିକରପଡା ଘଡ଼ିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ ଅଟେ ।

ଜନ ଗଣନା

୨୦୧୧ ମସିହା ଭାରତର ଜନଗଣନା ଅନୁଯାଈ ଓଡ଼ିଶାର ସମୁଦାୟ ଜନସଂଖ୍ୟା ୪୧,୯୪୭,୩୫୮ମଧ୍ୟରୁ ୨୧,୨୦୧,୬୭୮ (୫୦.୫୪%)ଜଣ ପୁରୁଷ ଓ ୨୦,୭୪୫,୬୮୦ (୪୯.୪୬) ଜଣ ମହିଳାଏବଂ ପ୍ରତି ୧୦୦୦ ପୁରୁଷରେ ୯୭୮ ଜଣ ମହିଳା ଅଛନ୍ତି । ୨୦୦୧ ମସିହା ଜନଗଣନା ତୁଳନା ବର୍ତମାନ ଜନସଂଖ୍ୟାରେ ୧୩.୯୭% ବୃଦ୍ଧି ହୋଇଛି । ସବୁଠାରୁ ଅଧିକ ଓଡ଼ିଆ ଭାଷା ଭାଷି ଲୋକ ଏଠାରେ ବାସ କରନ୍ତି ଓ ଓଡ଼ିଆ ଭାଷା ଏହି ରାଜ୍ୟର ମୁଖ୍ୟ ଭାଷା ରୁପେ ପରିଚିତ ଏବଂ ଏହି ରଜ୍ୟର ୭୩% ଲୋକମାନେ ଓଡ଼ିଆ ଭାଷାକୁ ନିଜର ମାତୃଭାଷା ରୁପେ ବ୍ୟବହାର କରନ୍ତି । ଏହି ରାଜ୍ୟର କେତେକ ଆଦିବାସୀ ଜନଜାତି ମଧ୍ୟରୁ ସାନ୍ତାଳବଣ୍ଡା ମୁଣ୍ଡାଓରାମ ଓ ମହାଲି ପ୍ରମୁଖ । ୨୦୧୧ ମସିହା ଜନଗଣନା ଅନୁଯାୟୀ ଏହି ରଜ୍ୟର ସାକ୍ଷରତା ହାର ୭୩.୪୫% ଏବଂ ୮୨.୪% ପୁରୁଷ ଓ ୬୪.୩୬ ମହିଳା ସାକ୍ଷର ଅଟନ୍ତି ।

No comments:

Post a Comment